ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ  ସୁସ୍ଥ ହେଲେ। ସୁସ୍ଥ ହୋଇଛନ୍ତି ୯୩୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୯୧୬୭୪କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲ୍ଲାରୁ କେତେ:-

କରୋନା ଆକ୍ରାନ୍ତ ଭିତରୁ ଖୋର୍ଦ୍ଧାରୁ ୧୨୧୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୧୩୬, କଟକରୁ ୭୮୦, ବରଗଡ଼ରୁ ୪୮୭, ସମ୍ୱଲପୁରରୁ ୪୭୦, ନୂଆପଡ଼ାରୁ ୪୩୪, କଳାହାଣ୍ଡିରୁ ୪୧୦, ଅନୁଗୋଳରୁ ୩୮୪, ଝାରସୁଗୁଡ଼ାରୁ ୩୮୪, ପୁରୀରୁ ୩୧୯, ବଲାଙ୍ଗିରିରୁ ୩୧୩, ନବରଙ୍ଗପୁରରୁ ୩୧୨, ମୟୂରଭଞ୍ଜରୁ ୨୮୮, ଗଞ୍ଜାମରୁ ୨୬୧,  ନୟାଗଡ଼ରୁ ୨୦୬, ବୌଦ୍ଧରୁ ୨୦୦, ରାୟଗଡ଼ାରୁ ୧୯୯, କେନ୍ଦ୍ରାପଡ଼ାରୁ ୧୯୦, ବାଲେଶ୍ୱରରୁ ୧୫୧, ଜଗତସିଂହପୁରରୁ ୧୪୭, ଗଜପତିରୁ ୧୧୬, କେନ୍ଦୁଝରରୁ ୧୧୩, ଢେଙ୍କାନାଳରୁ ୯୦, କୋରାପୁଟରୁ ୭୨, ମାଲକାନଗିରିରୁ ୭୨, ଯାଜପୁରରୁ ୭୧, କନ୍ଧମାଳରୁ ୫୩, ଭଦ୍ରକରୁ ୫୨, ଦେବଗଡ଼ରୁ ୩୩ ଓ ଷ୍ଟେଟ୍‌ ପୁଲରୁ ୨୪୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

You might also like