୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ରାଜ୍ୟର ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ସୁସ୍ଥମାନଙ୍କ ମଧ୍ୟରୁ ୨୨ ଦେବଗଡ଼, ୧୬, ପୁରୀ, ୧୫ ନୟାଗଡ଼, ୯ ବଲାଙ୍ଗିର, ଅନୁଗୁଳ ଓ ବାଲେଶ୍ୱରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।
ସେହିଭଳି ଭଦ୍ରକ ଓ ସୁନ୍ଦରଗଡ଼ରୁ ଦୁଇଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡୀ ଏବଂ ବରଗଡ଼ରେ ୨ ଜଣ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ତା ସହିତ ଢେଙ୍କାନାଳ, ଗଜପତି ଓ ଯାଜପୁରରେ ମଧ୍ୟ ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୧୪ ୧୬ ଜଣ ସୁସ୍ଥ ହୋଇ ସାରିଲେଣି।
ଆଜି ମଧ୍ୟାହ୍ନରେ ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ।
ତେବେ ଖବର ଲେଖାଯିବା ସୁଦ୍ଧା ରାଜ୍ୟର କରୋନା ସ୍ଥିତିକୁ ଦେଖିଲେ ମୋଟ ୨୩୮୮ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୧୪୧୬ ସୁସ୍ଥ ହୋଇଛନ୍ତି। ସେହିଭଳି ୯୩୮ ଜଣ ଏବେବି ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କର ଜୀବନ ଯାଇଛି।