ସୁସ୍ଥ ହେଲେ ୯ ଜିଲ୍ଲାର ୯୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ଜଗତସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ୱଲପୁରରୁ ୨ ଜଣ ଲେଖାଏଁ, ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
ଏପର୍ଯ୍ୟନ୍ତ ଜଗତସିଂହପୁରରେ ୨୮, ଯାଜପୁରରୁ ୧୭୩, ଭଦ୍ରକରୁ ୯୫, ଗଞ୍ଜାମରୁ ୩୧୭, କଟକରୁ ୨୬, ଖୋର୍ଦ୍ଧାରୁ ୬୦, ସମ୍ବଲପୁରରୁ ୩, ବାଲେଶ୍ୱରରୁ ୧୨୦ ନୟାଗଡ ୧୦ ଜଣ ଆରୋଗ୍ୟ ହେଲେଣି।
Another 90 #Covid19 patients have recovered and are being discharged.
23 from Jagatsinghpur
22 from Jajpur
21 from Bhadrak
15 from Ganjam
3 from Cuttack
2 each from Khurda & Sambalpur
1 each from Balasore and Nayagarh.The total recovered cases of #Odisha now stand at 977.
— H & FW Dept Odisha (@HFWOdisha) May 29, 2020
ରାଜ୍ୟରେ ଆଜି ପୁଣି ୬୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି।
ଏବେ ରାଜ୍ୟରେ ୧୭୨୩ ସଂକ୍ରମିତ ହୋଇଥିବା ବେଳେ ୯୭୭ ସୁସ୍ଥ ହୋଇଛନ୍ତି। ଆଉ ୭୩୭ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।