ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୭୩୬୮୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲ୍ଲାରୁ କେତେ:-

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୫୯୩, ସୁନ୍ଦରଗଡ଼ରୁ ୫୯୧, ସମ୍ୱଲପୁରରୁ ୫୧୮, ବରଗଡ଼ରୁ ୪୩୬, ନୂଆପଡ଼ାରୁ ୪୧୧, ପୁରୀରୁ ୪୦୨, ଭଦ୍ରକରୁ ୩୫୦, ଅନୁଗୋଳରୁ ୩୪୨, ରାୟଗଡ଼ାରୁ ୩୩୭, ଝାରସୁଗୁଡ଼ାରୁ ୩୨୫, ବଲାଙ୍ଗିରରୁ ୩୦୫, ନବରଙ୍ଗପୁରରୁ ୨୬୪, ନୟାଗଡ଼ରୁ ୨୩୯, ଗଞ୍ଜାମରୁ ୨୩୬, କଳାହାଣ୍ଡିରୁ ୨୩୫, ମୟୂରଭଞ୍ଜରୁ ୧୯୦, ବାଲେଶ୍ୱରରୁ ୧୭୮, ସୋନପୁରରୁ ୧୭୩, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୩୩, ଗଜପତିରୁ ୧୨୩, କୋରାପୁଟରୁ ୧୦୯,  ଯାଜପୁରରୁ ୧୦୫, କେନ୍ଦୁଝରରୁ ୧୦୩, ଢ଼େଙ୍କାନାଳରୁ ୮୯, କନ୍ଧମାଳରୁ ୫୯, ଦେବଗଡ଼ରୁ ୫୫, ମାଲକାନଗିରିରୁ ୪୬,  ବୌଦ୍ଧରୁ ୩୫ ଓ ଷ୍ଟେଟ୍‌ ପୁଲରୁ ୨୫୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like