ରାଜ୍ୟରେ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୩୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୬୨ ଜଣ ଆରୋଗ୍ୟଲାଭ କରିଛନ୍ତି। ଏନେଇ ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ରାୟଗଡ଼ା ୪୭, ଗଜପତି ୩୪, କେନ୍ଦୁଝରରୁ ୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ୨୪, ନୟାଗଡ଼ ୨୩, ଯାଜପୁର ୨୧, କନ୍ଧମାଳରୁ ୧୯ ସୁସ୍ଥ ଅକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି। ବାଲେଶ୍ୱରରୁ ମଧ୍ୟ ଆଜି ୧୪ ଜଣ ସୁସ୍ଥ ହୋଇଥିବା କେନ୍ଦ୍ରାପଡ଼ା ଓ ମୟୂରଭଂଜରୁ ବି ୧୪ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଭଦ୍ରକରୁ ମଧ୍ୟ ୧୩ ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୧୨, ବରଗଡ଼ ୧୧, ମାଲକାନଗିରିରୁ ୧୦ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସେହିଭଳି ବଲାଙ୍ଗିର ଓ ସମ୍ବଲପୁରରୁ ୭ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ବେଳେ ଝାରସୁଗୁଡ଼ାରୁ ୬ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ୪, ଅନୁଗୁଳ ୩, କୋରାପୁଟ ଓ ପୁରୀରୁ ୧ ଲେଖାଏଁ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ନୂଆ ଆରୋଗ୍ୟଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୯୭୪୫ ହୋଇଛି।

ସେହିଭଳି ଆଜି ରାଜ୍ୟରେ ୧୨୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ଯାଇଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩୭୮ ହୋଇଥିବା ବେଳେ ସେଥିରୁ ୧୯୭୪୫ ସୁସ୍ଥ ଓ ୧୧୨୩୫ ଆକ୍ଟିଭ୍‌ କେସ୍‌ ରହିଛି।

 

ଆହୁରି ପଢ଼ନ୍ତୁ

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ଦାନା ବାନ୍ଧୁଛି ଆଉଏକ ଲଘୁଚାପ

You might also like