ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ହେଲେ ୮୦ କରୋନା ଆକ୍ରାନ୍ତ। ୮୦ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଆରୋଗ୍ୟଙ୍କ ସଂଖ୍ୟା ୧୩୨୫ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ପୁରୀ ଜିଲ୍ଲାରୁ ୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।
Another 80 #Covid19 patients have recovered and are being discharged.
17 are from Puri
16 from Kendrapara
16 from Malkangiri
7 from Cuttack
3 each from Nayagarh, Sonepur, Sundargarh, Keonjhar and Jharsuguda
2 each from Ganjam, Kandhamal & Khurda. (1/2)— H & FW Dept Odisha (@HFWOdisha) June 2, 2020
ସେହିପରି କେନ୍ଦ୍ରାପଡ଼ା ଓ ମାଲକାନଗିରରୁ ୧୬ ଜଣ ଲେଖାଏଁ, କଟକରୁ ୬ , ନୟାଗଡ଼, ସୋନପୁର, କେନ୍ଦୁଝର ଓ ଝାରସୁଗୁଡାରୁ ଏବଂ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ଗଂଜାମ ଏବଂ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।
ସେହିପରି ବଲାଙ୍ଗିର, ଜଗତସିଂହପୁର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। କରୋନା ଆକ୍ରାନ୍ତ ସୁସ୍ଥ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଗତକାଲି ରାଜ୍ୟରେ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୧୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ଛୁଇଁଛି। ଏଥିସହିତ ୧୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୧୧ ଜଣ ଚିକିତ୍ସିତ ହେଉଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି।