ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୧୧ ଓ ଖୋର୍ଦ୍ଧାରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ସେହିପରି ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଂଜରୁ ୬, ଗଞ୍ଜାମରୁ ୪ ଓ କଟକରେ ୩ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡିରୁ ୨ ଲେଖାଏଁ  ଓ ବଲାଙ୍ଗୀରରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୪୭ରେ ପହଞ୍ଚିଛି।

ସେହିଭଳି ରାଜ୍ୟରେ ଆଜି ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୨୧ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୧ ଅଗ୍ନିଶମ କର୍ମଚାରୀ। ସେମାନେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମ ବଙ୍ଗ ଯାଇ ଫେରିଥିଲେ।ଏଥିସହିତ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ଗଜପତିରୁ ସର୍ବାଧିକ ୫୭ ଥିବା ସୂଚନା ମିଳିଛି।

You might also like