ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୫,୯୨୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଂଜରୁ ୧୯, ଅନୁଗୁଳରୁ ୧୮, ଜଗତସିଂହପୁର ଓ ନୟାଗଡ଼ରୁ ୧୭ ଲେଖାଏଁ, ସମ୍ବଲପୁରରୁ ୧୧ ଓ ମାଲକାନଗିରିରୁ ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 728 #COVID19 patients have recovered and are being discharged on 25.7.2020.
391 from Ganjam
49 from Khurdha
43 from Cuttack
33 from Balasore
32 from Jajpur
23 from Gajapati
19 from Mayurbhanj
18 from Angul
17 from Jagatsinghpur
17 from Nayagarh— H & FW Dept Odisha (@HFWOdisha) July 25, 2020
ସେହିପରି ବରଗଡ଼, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୭ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁରରୁ ୫ ଲେଖାଏଁ, ଭଦ୍ରକ ଓ ନବରଙ୍ଗପୁରରୁ ୪ ଲେଖାଏଁ, ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କୋରାପୁଟରୁ ୩, ବୌଦ୍ଧ ଓ କେନ୍ଦୁଝରରୁ ୨ ଲେଖାଏଁ ସୁସ୍ଥ ହୋଇଛନ୍ତି।
ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୩୩ ରହିଛି। ଏମାନଙ୍କୁ ମଧ୍ୟରୁ ଖୋର୍ଦ୍ଧାରେ ୧୭୪ ଜଣ ଚିହ୍ନଟ ହୋଇଥିଲେ।