ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ ଅଛନ୍ତି। ସେହିପରି ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗିରରୁ ୬, ଖୋର୍ଦ୍ଧାରୁ ୩, ବାଲେଶ୍ୱର ଓ ଯାଜପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୧୪୮୧ ଜଣ ସୁସ୍ଥ ହେଲେଣି।


ଆଜି ରାଜ୍ୟରେ ଆଉ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସେହିପରି ଅନ୍ୟ ୩ କରୋନା ଆକ୍ରାନ୍ତ ଲୋକାଲ କେସ୍ ହୋଇଥିବା ସୂଚନା ମିଳିଛି। ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ AIIMSର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like