କରୋନାରୁ ୬୨୯ ଜଣ ଆରୋଗ୍ୟ ହେଲେ

ଭୁବନେଶ୍ୱର: ଦିନକରେ ରାଜ୍ୟରେ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩୧୪୦୨୩ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ଅନୁଗୋଳରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ୬୫, ଖୋର୍ଦ୍ଧା ୬୦, ମୟୂରଭଞ୍ଜ ୪୪,  ନୂଆପଡ଼ା ୩୯, ଝାରସୁଗୁଡ଼ା ୩୬, ବଲାଙ୍ଗିରି ୩୧, କଟକ ୨୯, ଜଗତସିଂହପୁର ୨୮, କେନ୍ଦୁଝର ୨୬, ବାଲେଶ୍ୱର ୨୫ ଓ ଭଦ୍ରକରୁ ୨୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ୱଲପୁର ୧୯, ଗଞ୍ଜାମ ୧୭, କେନ୍ଦ୍ରାପଡ଼ା ୧୭,  ପୁରୀ ୧୭, ବରଗଡ଼ ୧୪, ଯାଜପୁର ୧୪, କଳାହାଣ୍ଡି ଓ ନୟାଗଡ଼ରୁ ୭ ଜଣ ଲେଖାଏ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

ଢେଙ୍କାନାଳ ଓ କୋରାପୁଟରୁ ୬ ଜଣ ଲେଖାଏ ଓ ଗଜପତି, ନବରଙ୍ଗପୁର ଓ ରାୟଗଡ଼ାରୁ ୪ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ ଓ ଦେବଗଡ଼ରୁ ୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। କନ୍ଧମାଳରୁ ୨, ସୋନପୁରରୁ ୧ ଓ ଷ୍ଟେଟ୍‌ ପୁଲରୁ ୮ ଜଣ ଆରୋଗ୍ୟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

You might also like