ସୁସ୍ଥ ହେଲେ ୬୨ ଜଣ କରୋନା ଆକ୍ରାନ୍ତ

ଓଡ଼ିଶା: ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମର ସର୍ବାଧିକ ୪୧ ଜଣ ଅଛନ୍ତି। ସେହିପରି ବାଲେଶ୍ୱରର ୧୫, ରାଉରକେଲାର ୨ ଜଣ ଏବଂ ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏଠାରେ ଚିକିତ୍ସିତ ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ସକାଳେ ୮୦ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଆଜି ଚିହ୍ନଟ ୮୦ ପଜିଟିଭ୍ ମଧ୍ୟରୁ କେବଳ ଗଞ୍ଜାମର ସର୍ବାଧିକ ୧୯ ଜଣ ଅଛନ୍ତି। ସେହିପରି  ଯାଜପୁରରୁ ୧୪, ବାଲେଶ୍ୱରରୁ ୩, ପୁରୀରୁ ୧୭, କଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୫, ନୟାଗଡ଼ରୁ ୫, ବଲାଙ୍ଗିରରୁ ୧, ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରସୁଗୁଡ଼ାରୁ ୩, ଗଜପତିରୁ ୪, ନବରଙ୍ଗପୁରରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ  ୭୧ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ୨ ହୋମ୍ କ୍ୱାରେଣ୍ଟିନ୍‌ରେ ଏବଂ ଅନ୍ୟ ୭ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା।

lତେବେ ୬୨ ଜଣ କରୋନା ସୁସ୍ଥ ମିଶାଇ ରାଜ୍ୟରେ ମୋଟ୍‌ ୪୯୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୫ ଆକ୍ରାନ୍ତ ହୋଇଛନ୍ତି ଓ ୭ ଜଣଙ୍କର ଜୀବନ ଯାଇଛି।

You might also like