ରାଜ୍ୟରେ ସୁସ୍ଥ ହେଲେ ୬୦୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ୬୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆରୋଗ୍ୟ ଙ୍କ ସଂଖ୍ୟା ୧୧,୯୩୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଞ୍ଜାମରୁ ସର୍ବାଧିକ ୨୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ମାଲକାନଗିରିରୁ ୨୧, ପୁରୀ ଓ ସୁନ୍ଦରଗଡ଼ରୁ ୧୫ ଲେଖାଏଁ, ମୟୂରଭଞ୍ଜ-୧୨, ବରଗଡ଼-୧୧, କୋରାପୁଟ-୯, କନ୍ଧମାଳ-୮, ଜଗତସିଂହପୁରରୁ ୭ ସୁସ୍ଥ ହୋଇଛନ୍ତି।
Another 607 #COVID19 patients have recovered and are being discharged on 18.7.2020.
279 from Ganjam
84 from Jajpur
50 from Khurdha
42 from Cuttack
23 from Keonjhar
21 from Malkangiri
15 from Puri
15 from Sundergarh
12 from Mayurbhanj
11 from Baragarh
9 from Koraput— H & FW Dept Odisha (@HFWOdisha) July 18, 2020
ଅନୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁରରୁ ୬ ଲେଖାଏଁ, ଭଦ୍ରକରୁ ୫ ସୁସ୍ଥ ହୋଇଛନ୍ତି। ଗଜପତି-୩, କେନ୍ଦ୍ରପଡ଼ା ଓ ସମ୍ବଲପୁରରୁ ୨ ଲେଖାଏଁ, ଢେଙ୍କାନାଳରୁ ଜଣେ ସୁସ୍ଥ ହୋଇଛନ୍ତି।
ପ୍ରକାଶଥାଉକି, ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୯୭ରହିଛି।