ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୩୧୫୮୪୦କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ୫୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯିଛି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୧୫୮୪୦ରେ ପହଞ୍ଚିଛି।

ଆଜିର ସୁସ୍ଥ ରିପୋର୍ଟ ଅନୁସାରେ ଏଥର ଅନୁଗୁଳରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ପଛକୁ ରହିଛି କଟକ। କଟକରୁ ସୁସ୍ଥ ହୋଇଛନ୍ତି ୫୪ କରୋନା ରୋଗୀ। ସେହିଭଳି ମୟୂରଭଞ୍ଜରୁ ୫୧, ସୁନ୍ଦରଗଡ଼ ୪୩, ବଲାଙ୍ଗିର ୪୧, ଖୋର୍ଦ୍ଧା ୪୦, ପୁରୀ ୩୭, ବାଲେଶ୍ୱର ୩୪, କଳାହାଣ୍ଡି ୨୪, ଜଗତସିଂହପୁର ୨୦, ଯାଜପୁର ୧୮, ନୂଆପଡ଼ା ୧୭, ବରଗଡ଼ ଓ କେଉଁଝରରୁ ୧୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ପୁଣି କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୧୩ ଜଣ ଲେଖାଏ, ଭଦ୍ରକରୁ ୧୨, ଢେଙ୍କାନାଳରୁ ୮, ଝାରସୁଗୁଡ଼ା ୭, ନବରଙ୍ଗପୁର ୬, ରାୟଗଡ଼ା ଓ ସୋନପୁରରୁ ୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ଦେଓଗଡ଼,ଗଞ୍ଜାମ, କନ୍ଧମାଳ, କୋରାପୁଟ ଓ ନୟାଗଡ଼ରୁ ଦୁଇଜଣ ଲେଖାଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି।
ବୌଦ୍ଧ ଓ ମାଲକାନଗିରିରୁ ଜଣିଏ ଲେଖାଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ୍ ପୁଲରୁ ୮ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

You might also like