ଦିନକରେ ସୁସ୍ଥ ହେଲେ ୪୫୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୨,୯୧୦କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଗଂଜାମ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରେ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ାରୁ ୧୮ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱର ୧୭, ମୟୂରଭଂଜରୁ ୧୫, ଅନୁଗୁଳ ଓ କୋରାପୁଟରୁ ୧୧ ଲେଖାଏଁ, ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ ୯ ଲେଖାଏଁ, କେନ୍ଦୁଝରରୁ ୭ ସୁସ୍ଥ ହୋଇଛନ୍ତି।


ଝାରସୁଗୁଡ଼ାରୁ ୬, ବୌଦ୍ଧରୁ ୫, ଦେବଗଡ଼ ଜିଲ୍ଲାରୁ ୪ ଜଣ, ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁରରୁ ୩ ଲେଖାଏଁ, ବଲାଙ୍ଗିର, ପୁରୀ, ରାୟଗଡ଼ାରୁ ୨ ଲେଖାଏଁ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଓଡ଼ିଶାରେ ୬୭୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୨୭ ରହିଛି।

You might also like