ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୧୭୪୧୨କୁ ବୃଦ୍ଧି

ଭୁବନେଶ୍ୱର: ଦିନକରେ ରାଜ୍ୟରେ ୪୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ସୁସ୍ଥ ରିପୋର୍ଟ ଅନୁସାରେ, ରାଜ୍ୟର ମୋଟ ୩୧୭୪୧୨ ଜଣ ସୁସ୍ଥ ହୋଇସାରିଲାଣି।

ଆଜିର ସୁସ୍ଥଙ୍କ ମଧ୍ୟରୁ ଅନୁଗୋଳରୁ ସର୍ବାଧିକ ୫୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୩, ଖୋର୍ଦ୍ଧାରୁ ୩୩, ରାୟଗଡ଼ାରୁ ୩୩, ମୟୂରଭଞ୍ଜରୁ ୩୦, ଯାଜପୁରରୁ ୨୯, କେନ୍ଦୁଝରରୁ ୨୮, କଟକରୁ ୨୫ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ାରୁ ୧୯, ନୂଆପଡ଼ାରୁ ୧୯, ବାଲେଶ୍ୱରରୁ ୧୮, ସମ୍ୱଲପୁରରୁ ୧୬, ଜଗତସିଂହପୁରରୁ ୧୩,  କଳାହାଣ୍ଡିରୁ ୧୩, ପୁରୀରୁ ୧୩, ବରଗଡ଼ରୁ ୭, ଗଞ୍ଜାମରୁ ୭, ବୌଦ୍ଧରୁ ୫, ଝାରସୁଗୁଡ଼ାରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୪ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।  ଢ଼େଙ୍କାନାଳରୁ ୪, କୋରାପୁଟରୁ ୪, ସୋନପୁରରୁ ୪, ଦେବଗଡ଼ରୁ ୩, କନ୍ଧମାଳରୁ ୨, ନବରଙ୍ଗପୁରରୁ ୨, ମାଲକାନଗିରିରୁ ଜଣେ ଓ ଷ୍ଟେଟ୍‌ ପୁଲରୁ ୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

You might also like