ରାଜ୍ୟରେ ସୁସ୍ଥ ହେଲେ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୦୦୮୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ-

ଖୋର୍ଦ୍ଧାରୁ ସର୍ବାଧତ୍କ ୭୭୦, କଟକରୁ ୫୫୮, ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ୨୩୩ ଲେଖାଏଁ, ଯାଜପୁରରୁ ୧୯୮, ପୁରୀ- ୧୯୨, ଝାରସୁଗୁଡ଼ା- ୧୬୮, ମୟୂରଭଞ୍ଜରୁ ୧୫୮, ବରଗଡ଼- ୧୩୫, କେନ୍ଦ୍ରାପଡ଼ା- ୧୨୪, ବାଲେଶ୍ୱରରୁ ୧୨୨ ସୁସ୍ଥ ହୋଇ ଫେରିଛନ୍ତି।

ଅନୁଗୁଳ- ୧୧୯, ସମ୍ବଲପୁର- ୧୧୩, ନୟାଗଡ଼- ୧୦୩, କଳାହାଣ୍ଡି- ୧୦୨, ଢେଙ୍କାନାଳ- ୯୦, ନବରଙ୍ଗପୁରରୁ ୮୨, ନୂଆପଡ଼ା- ୭୬, ସୁବର୍ଣ୍ଣପୁର- ୭୫, କେନ୍ଦୁଝର- ୭୨, କନ୍ଧମାଳ- ୬୧, ଭଦ୍ରକ- ୬୦, କୋରାପୁଟ- ୫୩, ବଲାଙ୍ଗିର- ୪୯, ମାଲକାନଗିରି-୪୬, ଗଞ୍ଜାମ ଓ ରାୟଗଡ଼ାରୁ ୪୨ ଲେଖାଏଁ, ବୌଦ୍ଧରୁ ୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

You might also like