ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ଏହିକ୍ରମରେ ଆଜି ରାଜ୍ୟରେ ଆରୋଗ୍ୟ ହୋଇଛନ୍ତି ଆଉ ୪୦୫୨ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୧୫୭୨୬୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
36 from Malkangiri
20 from Deogarh
17 from Boudh
15 from Gajapati
217 from State PoolThe total recovered cases of Odisha now stand at 157265
— H & FW Dept Odisha (@HFWOdisha) September 23, 2020
ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଜଣ ଥିବା ବେଳେ କଟକରୁ ୩୭୮, ସୁନ୍ଦରଗଡ଼ରୁ ୧୮୨, ପୁରୀରୁ ୧୮୧, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୫୨, ଝାରସୁଗୁଡ଼ାରୁ ୧୫୦, ରାୟଗଡ଼ାରୁ ୧୪୬, ମୟୂରଭଞ୍ଜରୁ ୧୩୮, କେନ୍ଦ୍ରାପଡ଼ାରୁ ୧୨୯, ସମ୍ୱଲପୁରରୁ ୧୨୮, ସୋନପୁରରୁ ୧୨୬, ଅନୁଗୋଳରୁ ୧୨୨, ନୂଆପଡ଼ାରୁ ୧୨୧, ବାଲେଶ୍ୱରରୁ ୧୧୧, ନବରଙ୍ଗପୁରରୁ ୧୦୧ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ବରଗଡ଼ରୁ ୯୭, କୋରାପୁଟରୁ ୯୧, କେନ୍ଦୁଝରରୁ ୮୩, କନ୍ଧମାଳରୁ ୭୨, ଢେଙ୍କାନାଳରୁ ୭୧, ଭଦ୍ରକରୁ ୬୫, ଗଞ୍ଜାମରୁ ୫୫, ନୟାଗଡ଼ରୁ ୪୫, ବଲାଙ୍ଗିରରୁ ୪୪, ମାଲକାନଗିରିରୁ ୩୬, ଦେବଗଡ଼ରୁ ୨୦, ବୌଦ୍ଧରୁ ୧୭, ଗଜପତିରୁ ୧୫ ଓ ଷ୍ଟେଟ୍ ପୁଲରୁ ୨୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ଓଡ଼ିଶାରେ ୪,୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।