• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜିର ସୁସ୍ଥଙ୍କ ମଧ୍ୟରୁ ଗଂଜାମ ୮୪, ସୁନ୍ଦରଗଡ଼ ୪୬, ଗଜପତି ୩୬, ଝାରସୁଗୁଡ଼ାରୁ ୩୦ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ ୧୭ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଖୋର୍ଦ୍ଧା ୧୨, ଅନୁଗୁଳ ୮, ସୋନପୁର ୭, ବରଗଡ଼ରୁ ୬, ଢେଙ୍କାନାଳରୁ ୪ ସୁସ୍ଥ ହୋଇଛନ୍ତି। ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ୫ ଲେଖାଏଁ, ଭଦ୍ରକ ଓ ବାଲେଶ୍ୱରରୁ ୩ ଲେଖାଏଁ, କଟକ ୨, ପୁରୀରୁ ଜଣେ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଆଜିର ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୦୮୭୭କୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ଆଜି ରାଜ୍ୟରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୭୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିଭଳି ଭୁବନେଶ୍ୱରରେ ମଧ୍ୟ ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Another-401-covid19-patients-have-recovered-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories