• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍ କମିବାର ନାଁ ନେଉନାହିଁ। ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୧୧୬ ଓ ଲୋକାଲ କେସ୍‌ ୨୭୯ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୬୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1305104455604396032?s=20

ଆଜି ୟୁନିଟ-୯ ଅଞ୍ଚଳରୁ ୧୩, ନୟାପଲ୍ଲୀରୁ ୧୨, ଖଣ୍ଡଗିରି ଅଞ୍ଚଳରୁ ୧୧, ୟୁନିଟ-୬ ଅଞ୍ଚଳରୁ ୯ ଓ ନୟାପଲ୍ଲୀରୁ ୯ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି ଅଞ୍ଚଳରୁ ୧୧, ସାମନ୍ତରାପୁର ଅଞ୍ଚଳରୁ ୯, ୟୁନିଟ-୬ରୁ ୯, ୬ ଜଣ ପୋଲିସ କର୍ମଚାରୀ, ସିଆରପିଏଫ୍‌ କ୍ୟାମ୍ପସରୁ ୬, ଶୈଳଶ୍ରୀବିହାରରୁ ୫, ଟଙ୍କପାଣି ରୋଡରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସି ଅଞ୍ଚଳରୁ ଆଜି ସୁଦ୍ଧା ୧୬୨୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୪୩୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୭୩୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Another-395-corona-positive-identified-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories