ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ୮,୭୫୦ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ- ୭୧, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୩୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର-୨୫, ନବରଙ୍ଗପୁର-୨୪, ସମ୍ବଲପୁରରୁ ୨୨, ଖୋର୍ଦ୍ଧା- ୧୫, ବାଲେଶ୍ୱର- ୯, ବରଗଡ଼ରୁ ୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 390 #COVID19 patients have recovered and are being discharged on 12.7.2020.
106 from Ganjam
71 from Cuttack
38 from Mayurbhanj
38 from Sundergarh
25 from Jajpur
24 from Nabarangpur
22 from Sambalpur
15 from Khurdha
9 from Balasore
6 from Bargarh— H & FW Dept Odisha (@HFWOdisha) July 12, 2020
ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୫ ଲେଖାଏଁ, ଜଗତସିଂହପୁର ଓ କୋରାପୁଟରୁ ୪ ଲେଖାଏଁ ଆକ୍ରାନ୍ତ, ଭଦ୍ରକ, ବୌଦ୍ଧ ଓ କେନ୍ଦୁଝରରୁ ୩ ଲେଖାଏଁ, ନୟାଗଡ଼ ଓ ପୁରୀରୁ ୨ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଓଡ଼ିଶାରେ ଆଉ ୫୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୦୧ ରହିଛି।