ଭୁବନେଶ୍ୱର: ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀ ଓ ଭଦ୍ରକରୁ ୨ ଜଣ ଲେଖାଏ ଏବଂ ରାଉରକେଲାରୁ ଜଣେ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳଯ ପକ୍ଷରୁ ଏହି ସୁଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ଥିବା ବେଳେ ୭୦୩ ଜଣ ସକ୍ରିଅ ଅଛନ୍ତି। ସେହିଭଳି ୬ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।
ସେହିଭଳି ଆଜି ରାଜ୍ୟରେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟିନରେ ଥିଲେ। ଅନ୍ୟ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।