• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲା ଲଗାତର ହ୍ରାସ ପାଉଛି। ଆଜି ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍‌ରୁ ୧୦୧ ଓ ଲୋକାଲ କେସ୍‌ ୨୪୪ ରହିଛି। ସେହିପରି ଆଜି ୪୧୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/bmcbbsr/status/1308353091331186688?s=20

ଆଜି ଆଚାର୍ଯ୍ୟ ବିହାରରୁ ୪, ବରମୁଣ୍ଡାରୁ ୪, ଭକ୍ତ ମଧୁ ନଗରରୁ ୬, ବମିଖାଲ୍‌ରୁ ୫, ସେଣ୍ଟ୍ରାଲ୍‌ ସରକାରୀ ମେଡିକାଲର ୭ କର୍ମଚାରୀ, ଚକେଇସିଆଣିରୁ ୩, ଲକ୍ଷ୍ମୀସାଗରରୁ ୧୩, ୟୁନିଟ୍‌-୬ରୁ ୪, ଝାରପଡ଼ାରୁ ୬, ଗଣ୍ଡମୁଣ୍ଡାରୁ ୫, ଗଜପତି ନଗରରୁ ୩, ଗାଡ଼କଣାରୁ ୬, ଡୁମ୍‌ଡୁମା ଏଚ୍‌ବି କଲୋନୀରୁ ୩, ଡୁମ୍‌ଡୁମାରୁ ୩, ଚନ୍ଦ୍ରସେଖରପୁର ରେଳ ବିହାରରୁ ୪ କେସ୍ ଚିହ୍ନଟ ହୋଇଛି।

ସେହିପରି ଖାରବେଳନଗରରୁ ୩, ମଞ୍ଚେଶ୍ୱରରୁ ୩, ନୟାପଲ୍ଲୀରୁ ୬, ନୟାପଲ୍ଲୀ ବେହେରା ସାହିରୁ ୫, ନୀଳାଦ୍ରି ବିହାରରୁ ୪, ୟୁନିଟ୍‌-୮ ନୟାପଲ୍ଲୀରୁ ୪, ୟୁନିଟ୍‌-୮ରୁ ୭, ଶୈଳଶ୍ରୀବିହାରରୁ ୭, ଟଙ୍କପାଣି ରୋଡ୍‌ରୁ ୪, ସୁନ୍ଦରପଦାରୁ ୬, ୟୁନିଟ୍‌-୯ରୁ ୪, ରସୁଲଗଡ଼ରୁ ୩, ପାତ୍ରପଡ଼ାରୁ ୪, ପଳାଶପଲ୍ଲୀରୁ ୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୨୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୩୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୮୦୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Another-345-corona-positive-identified-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories