ରାଜ୍ୟରେ ସୁସ୍ଥ ହେଲେ ୩୪୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ସର୍ବାଧିକ ୬୦୨ ଆକ୍ରାନ୍ତ ସୁସ୍ଥ ହେଲେ। କଟକ- ୩୭୪, ପୁରୀ- ୨୮୯, ଷ୍ଟେଟ୍ ପୁଲ୍- ୧୬୪, ବାଲେଶ୍ୱର- ୧୪୮, ମୟୂରଭଞ୍ଜ ଓ ସମ୍ବଲପୁରରୁ ୧୩୦ ଲେଖାଏଁ, କେନ୍ଦୁଝର- ୧୧୬, ବରଗଡ଼- ୧୦୭, ଯାଜପୁର- ୧୦୬, କେନ୍ଦ୍ରାପଡ଼ା- ୯୮, ଭଦ୍ରକ- ୯୨, ଜଗତସିଂହପୁର- ୯୦, ଝାରସୁଗୁଡ଼ା- ୮୬ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୁଳ- ୮୩, ନୂଆପଡ଼ା- ୭୭, ନୟାଗଡ଼- ୭୪, କଳାହାଣ୍ଡି- ୭୨, କନ୍ଧମାଳ- ୭୧, ବଲାଙ୍ଗିର ଓ ଢେଙ୍କାନାଳରୁ ୭୦ ଲେଖାଏଁ, ସୁନ୍ଦରଗଡ଼- ୬୬, କୋରାପୁଟ- ୫୨, ନବରଙ୍ଗପୁର- ୫୦, ଗଞ୍ଜାମ ଓ ସୁବର୍ଣ୍ଣପୁରରୁ ୪୮ ଲେଖାଏଁ, ମାଲକାନଗିରିରୁ ୩୮, ବୌଦ୍ଧ- ୨୨, ଗଜପତି- ୧୮, ଦେବଗଡ଼- ୧୧, ରାୟଗଡ଼ାରୁ ୨ଜଣ ସୁସ୍ଥ ହୋଇଛନ୍ତି।

 

You might also like