ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡ଼ାରୁ ୧୮୫, ସମ୍ୱଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡ଼ରୁ ୧୨୫, ମୟୂରଭଞ୍ଜରୁ ୧୦୪, କେନ୍ଦୁଝରରୁ ୯୦, ସୁନ୍ଦରଗଡ଼ରୁ ୮୭, ଅନୁଗୋଳରୁ ୮୦, ବାଲେଶ୍ୱରରୁ ୭୯, ମାଲକାନଗିରିରୁ ୭୬, କନ୍ଧମାଳରୁ ୫୫ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୪୯, ଜଗତସିଂହପୁରରୁ ୪୯, ବଲାଙ୍ଗିରିରୁ ୪୭, ଗଜପତିରୁ ୩୭, ବରଗଡ଼ରୁ ୩୫, ନୂଆପଡ଼ାରୁ ୩୫, ନବରଙ୍ଗପୁରରୁ ୩୪, ଢେଙ୍କାନାଳରୁ ୩୨, କେନ୍ଦ୍ରାପଡ଼ାରୁ ୩୦, ସୋନପୁରରୁ ୨୫, ଝାରସୁଗୁଡ଼ାରୁ ୧୩, ଦେବଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like