ସୁସ୍ଥ ହେଲେ ଆଉ ୨୯୮୦ ଆକ୍ରାନ୍ତ: ଏଥର ଏହି ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର: ଦିନକରେ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୯୮୦ ଆକ୍ରାନ୍ତ। ସେଥିମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନ ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରେ ଖୋର୍ଦ୍ଧା-୨୬୩, ଗଞ୍ଜାମ-୨୧୨, ମୟୂରଭଞ୍ଜ-୨୦୭, ସମ୍ବଲପୁର-୧୩୩, ବଲାଙ୍ଗିର-୧୨୬, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୧୧୪ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିଭଳି ବାଲେଶ୍ୱର-୧୧୧, କୋରାପୁଟ-୧୦୩, କେନ୍ଦ୍ରାପଡ଼ାରୁ ୯୧ ସୁସ୍ଥ ହୋଇଥିବା ବେଳେ ବରଗଡ଼-୮୭, ଅନୁଗୁଳ ଓ କେନ୍ଦୁଝରରୁ ୮୦ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ରାୟଗଡ଼ା-୭୬, ଢେଙ୍କାନାଳ-୭୫, ସୁନ୍ଦରଗଡ଼ରୁ ୬୮, ଝାରସୁଗୁଡ଼ା-୬୭, ଭଦ୍ରକ-୬୪, ମାଲକାନଗିରି-୬୧, ଜଗତସିଂହପୁରରୁ ୩୮, ନୂଆପଡ଼ା-୩୭, କନ୍ଧମାଳ-୩୩, ଗଜପତି-୨୫, ନବରଙ୍ଗପୁରରୁ ୨୧ ସୁସ୍ଥ ହୋଇଛନ୍ତି।  ଯାଜପୁରରୁ ମଧ୍ୟ ଆଜି ୨୦ ଜଣ ସୁସ୍ଥ ହୋଇଛନ୍ତି। କଳାହାଣ୍ଡି-୧୦, ଦେବଗଡ଼ ଓ ସୁବର୍ଣ୍ଣପୁରରୁ ୫ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଏଯାବତ୍ କରୋନାରୁ ସୁସ୍ଥ ହେଲେଣି ୯୦ ହଜାର ୩୩୧ ଆକ୍ରାନ୍ତ।

 

You might also like