ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ସୁଦ୍ଧା ୨ ଲକ୍ଷ ୪୯ ହଜାର ୫୭୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ସର୍ବାଧତ୍କ ୩୯୯, କଟକ- ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼- ୧୫୪, ବାଲେଶ୍ୱର- ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀ- ୧୦୯, ସମ୍ବଲପୁର- ୧୦୭, କଳାହାଣ୍ଡି- ୧୦୧, ବରଗଡ଼- ୧୦୦, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୯୫ ଲେଖାଏଁ, ଜଗତସିଂହପୁରରୁ ୮୯, ଝାରସୁଗୁଡ଼ା- ୮୮, ବଲାଙ୍ଗିର- ୮୬, କୋରାପୁଟ-୮୫, ମାଲାକାନଗିର- ୬୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝର- ୬୫, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୬୩ ଲେଖାଏଁ, ଭଦ୍ରକ- ୫୯, ନୂଆପଡ଼ା- ୪୬, କନ୍ଧମାଳ ଜିଲ୍ଲାରୁ ୪୩, ଢେଙ୍କାନାଳ ଓ ନୟାଗଡ଼ରୁ ୪୦ ଲେଖାଏଁ, ବୋଦ୍ଧ- ୨୪, ରାୟଗଡ଼ା- ୨୦, ଗଞ୍ଜାମ- ୧୮, ଦେବଗଡ଼- ୧୭, ଗଜପତି-୬, ଷ୍ଟେଟ୍‌ ପୁଲ୍‌ରୁ ୭୦ ସୁସ୍ଥ ହୋଇଛନ୍ତି।

You might also like