କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୭୧୬ ଆକ୍ରାନ୍ତ। ସେଥିମଧ୍ୟର ଖୋର୍ଦ୍ଧାରୁ ସର୍ବାଧିକ ୫୮୬, ଷ୍ଟେଟ୍‌ପୁଲ୍‌ରୁ ୮୬ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସେହିପରି ସୁନ୍ଦରଗଡ଼-୨୧୬, ଅନୁଗୁଳ-୨୦୧, ମୟୂରଭଞ୍ଜରୁ ୧୫୬, କଟକ-୧୧୯, ନୂଆପଡ଼ା-୧୦୬, ବଲାଙ୍ଗିର-୧୦୫, ବରଗଡ଼ରୁ ୧୦୦ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁର-୯୮, ଯାଜପୁର-୯୪, କେନ୍ଦ୍ରପଡ଼ା-୭୧, ଝାରସୁଗୁଡ଼ାରୁ ୭୦ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ-୬୬, ପୁରୀ, ୬୫, କଳାହାଣ୍ଡି-୬୧, ଭଦ୍ରକରୁ ୫୮ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।
ଜଗତସିଂହପୁର-୫୬, ବାଲେଶ୍ୱର ଓ ନବରଙ୍ଗପୁରରୁ ୪୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ମାଲକାନଗିରି ଓ ସୋନପୁରରୁ ୪୫ ଲେଖାଏଁ, କେନ୍ଦୁଝର-୩୯, କନ୍ଧମାଳରୁ ୩୮, ଗଞ୍ଜାମ-୩୪, ନୟାଗଡ଼-୩୦, କୋରାପୁଟ-୨୯, ରାୟଗଡ଼ାରୁ ୨୭ ସୁସ୍ଥ ହୋଇଥିବା ବେଳେ ଦେବଗଡ଼ରୁ ୧୬, ଗଜପତିରୁ ୮, ବୌଦ୍ଧ ଜିଲ୍ଲାରୁ ୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨ଲକ୍ଷ ୫୪ହଜାର ୯୧୩କୁ ବୃଦ୍ଧି ପାଇଛି।

You might also like