ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୮୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।

କେଉଁ ଜିଲ୍ଲାରୁ କେତେ:-

ଗଂଜାମରୁ ସର୍ବାଧିକ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡ଼ାରୁ ୧୬, କଟକରୁ ୧୫, ବରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୨ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀରୁ ୧୨, କେନ୍ଦ୍ରାପଡ଼ାରୁ ୮, ଯାଜପୁର ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁରରୁ ୩ ଲେଖାଏଁ ସୁସ୍ଥ ହୋଇଛନ୍ତି। ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମୟୂରଭଂଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।


ପ୍ରକାଶଥାଉକି, ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ କେସ ୧୪୭ ଅଛନ୍ତି।

 

You might also like