ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି କଟକରୁ ୨୮୧, ସୁନ୍ଦରଗଡ଼ରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫, ବାଲେଶ୍ୱରରୁ ୧୦୬, ପୁରୀ ୮୬, ସୋନପୁର ୮୫, କେନ୍ଦ୍ରାପଡ଼ା ୮୪, ଯାଜପୁର ୭୫ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ନୂଆପଡ଼ା ୭୦, ବରଗଡ଼ ୬୯, ବଲାଙ୍ଗିର ୬୯, ଝାରସୁଗୁଡ଼ା ୬୭, କେଉଁଝର ୬୬, ଭଦ୍ରକ ୬୦, ଜଗତସିଂହପୁର ୫୫, ସମ୍ବଲପୁରରୁ ୫୪ ଜଣ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ ୪୯, ବୌଦ୍ଧ ୪୬, ଗଞ୍ଜାମ ୪୨, ମାଲକାନଗିରି ୩୮, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରୁ ୩୩ ଲେଖାଏ ଆରୋଗ୍ୟ ହୋଇଛନ୍ତି।

ସେହିପରି ନୟାଗଡ଼ରୁ ୩୦, ରାୟଗଡ଼ା ୨୭, ଗଜପତି ୧୪, ଦେଓଗଡ଼ରୁ ୯ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ୍‌ ପୁଲର ୬୯ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୬୨୦୩୧ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

You might also like