କରୋନାରୁ ସୁସ୍ଥ ହେଲେ ୨୩୭୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୩୭୭ ଆକ୍ରାନ୍ତ। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ସର୍ବାଧିକ ୩୯୪, ଷ୍ଟେଟ୍‌ପୁଲ୍‌ରୁ ୬୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳରୁ- ୨୦୪, ବାଲେଶ୍ୱରରୁ- ୧୬୨, ମୟୂରଭଞ୍ଜ- ୧୨୬, କଟକ- ୧୨୨, ସୁନ୍ଦରଗଡ଼ରୁ- ୧୦୯, ଯାଜପୁର- ୧୦୭, ବରଗଡ଼- ୮୮, ବଲାଙ୍ଗିର- ୮୭, ଝାରସୁଗୁଡ଼ା- ୮୫, ଭଦ୍ରକ- ୭୭, ନବରଙ୍ଗପୁର- ୧୫, ଦେବଗଡ଼ ଜିଲ୍ଲାରୁ ୧୦ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୬ ଜଣ ସୁସ୍ଥ ହୋଇଛନ୍ତି।

You might also like