ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ୨୯, ଗଜପତି ୨୬, ଝାରସୁଗୁଡ଼ା ୧୫, ବଲାଙ୍ଗିରରୁ ୧୨ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସେହିପରି ଜଗତସିଂହପୁର ଓ ମୟୂରଭଂଜରୁ ୧୧ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୮ କେନ୍ଦ୍ରାପଡ଼ା ୬, କେନ୍ଦୁଝର ୫, କଟକ ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଭଦ୍ରକ ଓ ନୟାଗଡ଼ରୁ ୩ ଲେଖାଏଁ, ବରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୯୩୪ରେ ପହଞ୍ଚିଛି। ଆଜି ଭୁବନେଶ୍ୱରରୁ ମଧ୍ୟ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍‌ସି ସୂଚନା ଦେଇଛି। ସେହିଭଳି ୪୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ବିଏମ୍‌ସି।

ସେହିପରି ଆଜି ୪୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୫୫ କ୍ୱାରେଣ୍ଟିନରୁ, ୧୪୦ ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି।

ଜୁଲାଇ ମାସ ଆରମ୍ଭରୁ ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ, ୪ ଦିନରେ ୯ ମୃତ ସହ ଆକ୍ରାନ୍ତ ହେଲେଣି ୧୫୩୬ ଜଣ। ସେହିଭଳି ମାସକ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୩ ବଢ଼ି ଗଲାଣି।

 

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ କଂଗ୍ରେସର ଜୋରଦାର ଅଭିଯାନ, ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like