ସୁସ୍ଥ ହେଲେ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୩୮ ଓ ଖୋର୍ଦ୍ଧାରୁ ୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଗଜପତି ୧୯, କଟକ ୧୮, ଜଗତସିଂହପୁରରୁ ୧୮ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ରୁ ମଧ୍ୟ ୧୨ ଜଣ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳରୁ ୧୦, ଯାଜପୁରରୁ ୮, ବରଗଡ଼ରୁ ୭, ମୟୂରଭଂଜରୁ ୬, ରାୟଗଡ଼ା ୫, ବାଲେଶ୍ୱର ଓ କନ୍ଧମାଳରୁ ୩ ଲେଖାଏ ସୁସ୍ଥ ହୋଇଥିବା ସୂଚନା ମିଳିଛି।

ସେହିଭଳି ପୁରୀରେ ଶ୍ରୀଜୀଉଙ୍କ ନୀତି ଚାଲିଥିବା ବେଳେ ପୁରୀରୁ ଜଣ ୨ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର, ନବରଙ୍ଗପୁରରୁ ୧ ଲେଖାଏ ସୁସ୍ଥ ହୋଇଛନ୍ତି। ନୂଆକରି ସୁସ୍ଥ ହୋଇଥିବା ୨୦୩ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେଭଳ ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୮୧, ରାୟଗଡ଼ା- ୭୬, ବରଗଡ଼ରୁ ୨୧ ଓ ଖୋର୍ଦ୍ଧା- ୨୬ ଜଣ ଚିହ୍ନଟ ହୋଇଥିଲେ। କଟକରେ ଚିହ୍ନଟ ହୋଇଥଇବା ୮୧ ଜଣ ମଧ୍ୟରୁ ୫୫ ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ ଲିଙ୍କରୁ ସଂକ୍ରମିତ ହୋଇଥିବା ନେଇ ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି।

You might also like