ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଉ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡର ୭, ଖୋର୍ଦ୍ଧାର ୫, ଭଦ୍ରକର ୩, ବାଲେଶ୍ୱର ୨ଜଣ ଅଛନ୍ତି। ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି।


ଏବେବି ୩୦୩ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏପର୍ଯ୍ୟନ୍ତ ଖୋର୍ଦ୍ଧାରେ ୩୭ ଜଣ, ସୁନ୍ଦରଗଡ ୧୩ଜଣ, ଭଦ୍ରକ ୧୫, ବାଲେଶ୍ୱ୧୧ ଜଣ ସୁସ୍ଥ ହେଲେଣି।

ଆଜି ସକାଳେ ୧୪ ଜଣ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି। ୩ଜଣଙ୍କ ମୃତ୍ୟୁ ଘଟିଛି।

 

You might also like