ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୧୬୪୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୪୮,୫୭୬କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ଗଞ୍ଜାମରୁ ସର୍ବାଧିକ ୩୬୫ ଓ ଖୋର୍ଦ୍ଧାରୁ ୩୫୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼-୯୧, ଯାଜପୁର-୮୬. ଗଜପତିରୁ ୬୫, କଟକ ଓ କୋରାପୁଟରୁ ୬୩ ଲେଖାଏଁ, ମୟୂରଭଞ୍ଜରୁ ୬୦, କନ୍ଧମାଳ-୫୦, ରାୟଗଡ଼ା-୪୨, ନୟାଗଡ଼-୪୧, ମାଲକାନଗିରି-୩୯, ବଲାଙ୍ଗିର-୩୫, ଢେଙ୍କାନାଳ, ଜଗତସିଂହପୁରରୁ ୩୩ ଲେଖାଏଁ ସୁସ୍ଥ ହୋଇଛନ୍ତି।
Another 1641 #COVID19 patients have recovered and are being discharged on 20.8.2020
365 from Ganjam
357 from Khurdha
91 from Sundergarh
86 from Jajpur
65 from Gajapati
63 from Cuttack
63 from Koraput
60 from Mayurbhanj
50 from Kandhamal
42 from Rayagada— H & FW Dept Odisha (@HFWOdisha) August 20, 2020
ସେହିପରି ବାଲେଶ୍ୱର-୩୧, କେନ୍ଦୁଝର-୨୯, ବରଗଡ଼ରୁ ୨୫, ଭଦ୍ରକ-୨୪, ଝାରସୁଗୁଡ଼ା ଓ ପୁରୀରୁ ୨୧ ଲେଖାଏଁ, ସମ୍ବଲପୁରରୁ ୨୦ ସୁସ୍ଥ ହୋଇଛନ୍ତି। କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୧୬ ଲେଖାଏଁ, ନବରଙ୍ଗପୁରରୁ ୨, ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।