ଦିନକରେ ସୁସ୍ଥ ହେଲେ ୧୫୫୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ସଂକ୍ରମଣରୁ ୧୫୫୦ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ୪୨ ହଜାର ୨୭୬ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଞ୍ଜାମରୁ ସର୍ବାଧିକ ୩୫୫, ଖୋର୍ଦ୍ଧାରୁ ୨୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼- ୧୧୮, କଟକ- ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳ- ୭୨, ମାଲକାନଗିରି- ୬୪, ବାଲେଶ୍ୱରର- ୬୩, କନ୍ଧମାଳ- ୬୨, ପୁରୀ- ୫୯, କୋରାପୁଟ- ୪୧, ମୟୂରଭଞ୍ଜ- ୩୯, ଭଦ୍ରକ- ୩୮, ଗଜପତି- ୩୨, ବଲାଙ୍ଗିର- ୨୬, ରାୟଗଡ଼ାରୁ ୨୦ ସୁସ୍ଥ ହୋଇଛନ୍ତି।
Another 1550 #COVID19 patients have recovered and are being discharged on 16.8.2020
355 from Ganjam
241 from Khurdha
118 from Sundergarh
99 from Cuttack
89 from Sambalpur
72 from Dhenkanal
64 from Malkangiri
63 from Balasore
62 from Kandhamal
59 from Puri— H & FW Dept Odisha (@HFWOdisha) August 16, 2020
ସେହିପରି ଜଗତସିଂହପୁର- ୧୮, ଝାରସୁଗୁଡ଼ାରୁ-୧୭, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୧୬ ଲେଖାଏଁ, ବୌଦ୍ଧ- ୧୫, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରୁ ୬ ଲେଖାଏଁ, ବରଗଡ଼ ଓ ସୋନପୁରରୁ ୫ ଲେଖାଏଁ, ଅନୁଗୁଳ-୪, ନୟାଗଡ଼ରୁ ୨ ସୁସ୍ଥ ହୋଇଛନ୍ତି।