ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଗଞ୍ଜାମରୁ ୪୦୨ ଓ ଖୋର୍ଦ୍ଧାରୁ ୨୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ୧୩୧ ଓ କୋରାପୁଟରୁ ୧୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତିରୁ ୧୧୧ ଓ ବାଲେଶ୍ୱରରୁ ୮୩, ଯାଜପୁର- ୫୮, ସମ୍ବଲପୁର-୪୯, ମାଲକାନଗିରିରୁ ୪୭, କନ୍ଧମାଳ- ୪୬, ରାୟଗଡ଼ା- ୩୫, ନୟାଗଡ଼ରୁ ୩୩ ସୁସ୍ଥ ହୋଇଛନ୍ତି।


ଭଦ୍ରକରୁ ୩୧, ଜଗତସିଂହପୁରରୁ ୨୭, କଳାହାଣ୍ଡିରୁ ୨୫ ସୁସ୍ଥ ହୋଇଛନ୍ତି। କେନ୍ଦୁଝର-୨୩, ଢେଙ୍କାନାଳ- ୨୧, ନବରଙ୍ଗପୁରରୁ ୧୫, ମୟୂରଭଞ୍ଜରୁ ୧୫, ପୁରୀରୁ ୧୪, ବଲାଙ୍ଗୀରରୁ ୧୦, କେନ୍ଦ୍ରାପଡ଼ାରୁ ୧୦, ସୁବର୍ଣ୍ଣପୁରରୁ ୭, ଝାରସୁଗୁଡ଼ାରୁ ୫, ସୁନ୍ଦରଗଡ଼- ୪, ବରଗଡ଼ରୁ ୨, ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି।

You might also like