ଦିନକରେ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ। ରାଜ୍ୟରେ ଏବେସୁଦ୍ଧା କରୋନାରୁ  ୪୦,୭୨୬ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡ଼ାରୁ ୯୩, ସୁନ୍ଦରଗଡ଼ରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱର- ୬୧, ନୟାଗଡ଼ରୁ ୫୬, ଗଜପତି ଓ ସମ୍ବଲପୁରରୁ ୫୪ ଲେଖାଏଁ, ନବରଙ୍ଗପୁରରୁ ୨ ସୁସ୍ଥ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୨, ୪୯୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଚିହ୍ନଟ ୨, ୪୯୬ଆକ୍ରାନ୍ତଙ୍କ ମଧ୍ୟରୁ ୧, ୫୯୧କ୍ୱାରେଣ୍ଟିନ କେସ ହୋଇଥିବାବେଳେ ୯୦୫ ଲୋକାଲ କେସ ରହିଛି।

You might also like