ଆଜି ରାଜ୍ୟରେ ସୁସ୍ଥ ହେଲେ ୧୪୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୩,୫୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର- ୧୧୦, କଟକ- ୧୦୭, ସୁନ୍ଦରଗଡ଼- ୯୭, ଜଗତସିଂହପୁର- ୯୩, କେନ୍ଦୁଝର -୯୦, ଅନୁଗୁଳ- ୮୪, ବଲାଙ୍ଗିର- ୬୭ ମୟୂରଭଞ୍ଜ- ୬୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡ଼ା- ୬୦, କେନ୍ଦ୍ରାପଡ଼ା- ୫୦, ଢେଙ୍କାନାଳ- ୪୧,  କଳାହାଣ୍ଡି- ୪୦, ନୟାଗଡ଼- ୩୫, ଝାରସୁଗୁଡ଼ା- ୩୩, ବରଗଡ଼- ୩୨, ପୁରୀ- ୩୨, ଯାଜପୁର- ୨୯, ନବରଙ୍ଗପୁର- ୨୮, ଗଞ୍ଜାମ- ୨୬, ସମ୍ବଲପୁର- ୨୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

କୋରାପୁଟ- ୨୨, କନ୍ଧମାଳ- ୧୯, ବୌଦ୍ଧ- ୧୫, ଭଦ୍ରକ- ୧୪, ସୁବର୍ଣ୍ଣପୁର- ୧୩, ଦେବଗଡ଼- ୧୧, ମାଲକାନଗିରି ମଧ୍ୟ ଜଣ ୧୧, ଗଜପତି- ୧୦, ରାୟଗଡ଼ା- ୮, ଷ୍ଟେଟପୁଲ- ୩୧ ଜଣ ସୁସ୍ଥ ହୋଇଛନ୍ତି।

You might also like