ରାଜ୍ୟରେ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଏହି ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ସୁସ୍ଥ ହୋଇଛନ୍ତି। ସେହିପରି ଗଂଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୮ ଜଣ ସୁସ୍ଥ ହୋଇଛନ୍ତି।


ବଲାଙ୍ଗିର ଓ ଭଦ୍ରକରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳରୁ ୫ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ବରଗଡ଼, କେନ୍ଦ୍ରାପଡ଼, ଓ ସମ୍ବଲପୁରରୁ ୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୩୩ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସେହିପରି ଆଜି ସକାଳୁ ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ନେଇ ଖବର ଆସିଥିଲା। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେଥିମଧ୍ୟରୁ ୧୯ ଜଣ ଲୋକାଲ୍ କଣ୍ଟାକ୍ଟସ୍‌ ରହିଥିଲା।

 

ଆହୁରି ପଢ଼ନ୍ତୁ

You might also like