• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୪ ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ କଣ୍ଟାକ୍ଟ ରହିଥିବା ବେଳେ ୪ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ ପହଞ୍ଚିଛି। ୩୫୬ ସୁସ୍ଥ ହୋଇଥିବା ବେଳେ ୩୫୩ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ହୋଇଛି।

କେଉଁ ଅଞ୍ଚଳରୁ ଚିହ୍ନଟ:-

କାନନବିହାର ଫେଜ୍ -୨ରୁ ଜଣେ ୭୫ ବର୍ଷୀୟା ମହିଳାଙ୍କ ଲୋକାଲ କଣ୍ଟାକ୍ଟ ରହିଛି। ସେହିପରି ବମିଖାଲ ଜୟଦେବନଗରରୁ ଜଣେ ୩୦ ବର୍ଷର ପୁରୁଷ, ନୟାପଲ୍ଲୀ ମହିମା ଢ଼ାବା ନିକଟରୁ ଜଣେ, IRC ଭିଲେଜରୁ ଜଣେ, ଗଙ୍ଗନଗରରୁ ଜଣେ ମହିଳା, ୟୁନିଟ-୮ ରୁ ଜଣେ ସରକାରୀ ଅଫିସର ଡ୍ରାଇଭରଙ୍କ ଲୋକାଲ କଣ୍ଟାକ୍ଟ ରହିଛି।


ସେହିପରି ୟୁନିଟ-୫ ରାଧାକୃଷ୍ଣ ତଳ ବସ୍ତିରୁ ଜଣେ ବର୍ଷକର ଶିଶୁକନ୍ୟା ପଜିଟିଭ ହୋଇଛନ୍ତି। ୟୁନିଟ୍-୯ରୁ ଜଣେ ୩୨ ବର୍ଷୀୟ ଯୁବକ ମଧ୍ୟ ଲୋକାଲ କଣ୍ଟାକ୍ଟ ରହିଛି। ଜଣେ ସରକାରୀ ଓ ଜଣେ ଘରୋଇ ମେଡିକାଲ ମହିଳା କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ଆଉ ୬୧୬ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୧ ରହିଛି।

Another-14-corona-positives-identified
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories