ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୧୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକ- ୯୪, ମୟୂରଭଞ୍ଜ- ୮୬, ଜଗତସିଂହପୁର- ୬୪, ଯାଜପୁର- ୬୨, ପୁରୀ- ୫୯, କେନ୍ଦ୍ରାପଡ଼ା- ୫୭, ବାଲେଶ୍ୱର- ୫୫, କେନ୍ଦୁଝର- ୫୪, ବଲାଙ୍ଗିର- ୫୨, ଅନୁଗୁଳ- ୪୬, ନବରଙ୍ଗପୁର- ୪୩ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝର- ୫୪, ବଲାଙ୍ଗିର- ୫୨, ଅନୁଗୁଳ- ୪୬, ନବରଙ୍ଗପୁର- ୪୩, ଢେଙ୍କାନାଳ- ୩୮, ନୟାଗଡ଼- ୩୮, କଳାହାଣ୍ଡି- ୩୭, ସୁନ୍ଦରଗଡ଼- ୩୫, କୋରାପୁଟ- ୩୩, ବରଗଡ଼- ୩୨, ଗଞ୍ଜାମ- ୨୬, ମାଲକାନଗିରି- ୨୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

ଭଦ୍ରକ- ୨୨, ସମ୍ବଲପୁର- ୨୧, ଝାରସୁଗୁଡ଼ା- ୨୦, କନ୍ଧମାଳ- ୧୬, ଦେବଗଡ଼- ୧୧, ରାୟଗଡ଼ା- ୧୦, ଗଜପତିରୁ ୨ଜଣ ସୁସ୍ଥ ହୋଇଥିବାବେଳେ ଷ୍ଟେଟପୁଲରୁ ୩୦ଜଣ ସୁସ୍ଥ ହୋଇଛନ୍ତି।

You might also like