ଏଥର ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ଦିନକରେ ଓଡ଼ିଶାରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୩୦୧୭୭୭ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ଆଜି କଟକରୁ ସର୍ବାଧିକ ୧୦୮ ଜଣ  ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡ଼ରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡ଼ାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ୱରରୁ ୫୪, କେନ୍ଦ୍ରାପଡ଼ାରୁ ୫୩, କେନ୍ଦୁଝରରୁ ୫୦, ବଲାଙ୍ଗିର ୪୬, ନୟାଗଡ଼ରୁ ୪୦, କୋରାପୁଟରୁ ୩୮ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

ବରଗଡ଼ରୁ ୩୭, ନୂଆପଡ଼ାରୁ ୩୭, ପୁରୀରୁ ୩୪, ସମ୍ୱଲପୁରରୁ ୩୨, ଯାଜପୁରରୁ ୩୦, ଗଞ୍ଜାମରୁ ୨୬, ସୋନପୁରରୁ ୨୫, ନବରଙ୍ଗପୁରରୁ ୨୨, ରାୟଗଡ଼ାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ସେହିପରି  ବୌଦ୍ଧରୁ ୭, ଗଜପତିରୁ ୪, ଦେବଗଡ଼ରୁ ୩, ଭଦ୍ରକରୁ ୨ ଓ ଷ୍ଟେଟ୍‌ ପୁଲରୁ ୨୬ ଜଣ ସୁସ୍ଥ ହୋଇ ଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

You might also like