ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ୍ ୩୩୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୮୨, ରାୟଗଡ଼ାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୋଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡ଼ରୁ ୩୪, ଜଗତସିଂହପୁରରୁ ୩୨, ସୁନ୍ଦରଗଡ଼ରୁ ୩୨, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବୌଦ୍ଧରୁ ୯, ଝାରସୁଗୁଡ଼ାରୁ ୮, ନୟାଗଡ଼ରୁ ୬, କଟକରୁ ୩, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।
Another 1236 #COVID19 patients have recovered and are being discharged on 10.8.2020
461 from Khurdha
182 from Ganjam
83 from Rayagada
74 from Kandhamal
51 from Malkangiri
39 from Angul
36 from Koraput
35 from Balasore
34 from Baragarh
32 from Jagatsinghpur— H & FW Dept Odisha (@HFWOdisha) August 10, 2020
କିନ୍ତୁ ରାଜ୍ୟ ସରକାରଙ୍କ କୋଭିଡ୍ ଟ୍ୱିଟ୍ରେ ୨ ଥର କେନ୍ଦ୍ରାପଡା ଲେଖାଯାଇଛି। ପ୍ରଥମ ଲେଖାଯାଇଥିବା କେନ୍ଦ୍ରାପଡାରେ ୧୦ ଜଣ ସୁସ୍ଥ ହୋଇଥିଲା ବେଳେ ଦ୍ୱିତୀୟରେ ପୁଣି ଜଣେ ରୋଗୀ ସୁସ୍ଥ ହୋଇଥିବା ଲେଖାଯାଇଛି। ଏ ଦ୍ୱନ୍ଦ୍ୱ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୪୭୪୫୫ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩୦୨୦ ଜଣ ଅରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୫୧ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।