ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲାରୁ ସବୁଠୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଠି ୩୦ ଜଣ ସୁସ୍ଥ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।


ସେହିପରି ଖୋର୍ଦ୍ଧାରୁ ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗିରରୁ ୧୨, ଢେଙ୍କାନାଳରୁ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାସହ ଅନୁଗୁଳରୁ ୬, କେନ୍ଦୁଝରରୁ ୫ ଜଣ, ଜଗତସିଂହପୁର ଏବଂ ପୁରୀରୁ ୪ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି।

ସେହିପରି ଦେବଗଡ଼, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ାରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଗତକାଲି ସକାଳେ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏବେ ଯାଏ ରାଜ୍ୟରେ ୨ ହଜାର ୪୭୪ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଇଛି କରୋନା। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।

You might also like