ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ। ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ, ନୂଆପଡ଼ା ୯, ସୁନ୍ଦରଗଡ଼ ୭ ଓ କନ୍ଧମାଳରୁ ୬ ସୁସ୍ଥ ହୋଇଛନ୍ତି।
Another 120 #COVID19 patients have recovered and are being discharged on 16.6.2020.
19 from Jajpur
15 from Cuttack
11 from Mayurbhanj & Khordha
9 from Nuapada
7 from Sundergarh
6 from Kandhamal
5 each from Bolangir and Nayagarh
(1/2)— H & FW Dept Odisha (@HFWOdisha) June 16, 2020
ବଲାଙ୍ଗିର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରୁ ୪ ଲେଖାଏଁ, କେନ୍ଦୁଝର, ଗଞ୍ଜାମ ଓ ପୁରୀରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ, କଳାହାଣ୍ଡି, କୋରାପୁଟରୁ ୨ ଲେଖାଏଁ, ମାଲକାନଗିରିରୁ ଜଣେ ସୁସ୍ଥ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨୯୭୪ରେ ପହଞ୍ଚିଲା। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ସକାଳେ ରାଜ୍ୟରେ ୧୦୮ ଜଣ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟିନ କେନ୍ଦ୍ରର, ୧୩ଟି ଲୋକାଲ୍ କେସ୍। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି।