ଦିନକରେ ସୁସ୍ଥ ହେଲେ ୧୧୫୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୫୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୮୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଲେ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଞ୍ଜାମରୁ ୨୯୦, ଖୋର୍ଦ୍ଧାରୁ ୧୯୭, ରାୟଗଡ଼ାରୁ ୧୨୧, ସୁନ୍ଦରଗଡ଼ରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡ଼ରୁ ୩୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୩୩, ବାଲେଶ୍ୱରରୁ ୨୫, କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ-୨୪, ସମ୍ବଲପୁରରୁ ୨୩, ବଲାଙ୍ଗିରରୁ ୨୨, ଭଦ୍ରକରୁ ୧୫, କନ୍ଧମାଳରୁ ୧୪, ଜଗତସିଂହପୁରରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।
Another 1150 #COVID19 patients have recovered and are being discharged on 6.8.2020
290 from Ganjam
197 from Khurdha
121 from Rayagada
76 from Sundergarh
47 from Jajpur
45 from Koraput
44 from Cuttack
40 from Puri
35 from Nayagarh
33 from Keonjhar
25 from Balasore— H & FW Dept Odisha (@HFWOdisha) August 6, 2020
ସେହିପରି କେନ୍ଦ୍ରାପଡ଼ାରୁ ୧୧, ମାଲକାନଗିରିରୁ ୧୦, ନୂଆପଡ଼ାରୁ ୮, ବରଗଡ଼ରୁ ୭, ଢେଙ୍କାନାଳରୁ ୬, ଅନୁଗୁଳ ଓ ସୋନପୁରରୁ ୫ ଲେଖାଏଁ ସୁସ୍ଥ ହୋଇଛନ୍ତି। ଗଜପତି ଓ ଝାରସୁଗୁଡ଼ାରୁ ୪ ଲେଖାଏଁ, ବୌଦ୍ଧରୁ ୨ ଓ ନବରଙ୍ଗପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।