ଦିନକରେ ୧୧୦୧ ଆକ୍ରାନ୍ତ କରୋନାରୁ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୦୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୦୩୮୯୭କୁ ବୃଦ୍ଧି ହୋଇଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୦୨, ସୁନ୍ଦରଗଡ଼ରୁ ୯୬, କଟକ ୮୯, ମୟୂରଭଞ୍ଜରୁ ୬୮ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗିରରୁ ୬୨, ବରଗଡ଼ରୁ ଓ ପୁରୀରୁ ୬୦ଲେଖାଏଁ, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡ଼ା ୪୭, ନୂଆପଡ଼ା ୪୪, କେଉଁଝର ୪୨, ସମ୍ବଲପୁର ୩୭, ଭଦ୍ରକ ୨୮, ଯାଜପୁର ୨୬ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳରୁ ୨୩, ବାଲେଶ୍ୱରରୁ ୨୨, ନୟାଗଡ଼ ୧୪, ଗଞ୍ଜାମ ଓ ଝାରସୁଗୁଡ଼ାରୁ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କନ୍ଧମାଳ, ନୟାଗଡ଼ ଓ ସୋନପୁରରୁ ୧୧ ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସେହିପରି କୋରାପୁଟ ୧୦, ବୌଦ୍ଧ ୭, ଗଜପତି ଓ ମାଲକାନଗିରିରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଦେବଗଡ଼ ଓ ରାୟଗଡ଼ାର ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲରୁ ମଧ୍ୟ ୧୮ ଜଣ ସୁସ୍ଥ ହୋଇଛନ୍ତି।

You might also like