ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲା ଭୁବନେଶ୍ୱର। ଆଜି ରାଜଧାନୀରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ଜଣ କ୍ୱାରେଣ୍ଟିନରେ ଥିଲା ବେଳେ ୪୯ଜଣ ଲୋକାଲ୍ ମାମଲା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ୱିଟ୍ କରି ସୂଚନା ଦେଇଛି।
Update on newly detected & cured #COVID19 cases in the last 24 hrs under the BMC area on 11th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/LRnrxAKCCF— BMC (@bmcbbsr) August 11, 2020
ସେହିପରି ଆଜି ଭୁବନେଶ୍ୱରରୁ ୧୩୪ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ବିଏମସିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୧ରେ ପହଞ୍ଚିଛି। ସେଥିମଧ୍ୟରୁ ୨୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮୦୭ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୧୩୯ ମାମଲା ଆକ୍ଟିଭ୍ ରହିଛି।