ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୦୨୪୫୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆରୋଗ୍ୟଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ୧୬୦୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୬, କଳାହାଣ୍ଡିରୁ ୫୬୬, ଅନୁଗୋଳରୁ ୫୫୭, ବରଗଡ଼ରୁ ୫୩୦, ସମ୍ୱଲପୁରରୁ ୪୫୮, ଝାରସୁଗୁଡ଼ାରୁ ୪୨୨, ପୁରୀରୁ ୩୬୬, ନବରଙ୍ଗପୁରରୁ ୩୪୨, ଗଞ୍ଜାମରୁ ୨୮୫, ନୟାଗଡ଼ରୁ ୨୬୭, ବଲାଙ୍ଗିରରୁ ୨୫୮, ମୟୂରଭଞ୍ଜରୁ ୨୫୭, ନୂଆପଡ଼ାରୁ ୨୫୬, ବୌଦ୍ଧରୁ ୨୫୧, କୋରାପୁଟରୁ ୨୧୮, କେନ୍ଦୁଝରରୁ ୨୦୬, ଯାଜପୁରରୁ ୧୭୭, ଢେଙ୍କାନାଳରୁ ୧୬୩, ଭଦ୍ରକରୁ ୧୫୭, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୪୪, କେନ୍ଦ୍ରାପଡ଼ାରୁ ୧୪୩, ରାୟଗଡ଼ାରୁ ୧୩୧, ଦେବଗଡ଼ରୁ ୧୧୦, ବାଲେଶ୍ୱରରୁ ୯୭, ଗଜପତିରୁ ୯୧, କନ୍ଧମାଳରୁ ୭୬, ମାଲକାନଗିରିରୁ ୬୭ ଓ ଷ୍ଟେଟ୍‌ ପୁଲରୁ ୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୧୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧୧୮ରୁ କ୍ୱାରେଣ୍ଟିନରୁ ୧୭୪ ଏବଂ ୯୪୪ ଲୋକାଲ କେସ୍ ରହିଛି। ଭୁବନେଶ୍ୱରରେ ଆଜି ସୁସ୍ଥ ହେଲେ ଆଉ ୮୫୧ ଆକ୍ରାନ୍ତ ହୋଇଛନ୍ତି।

You might also like