ଆଜିଠୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଛି। ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଚଳିତ ଥର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜ୍ୟର ସମସ୍ତ ୩୦୪ ନୋଡାଲ ସେଣ୍ଟରରେ ବୁଧବାର ସନ୍ଧ୍ୟାରୁ ପହଞ୍ଚି ସାରିଥିବା ପ୍ରଶ୍ନପତ୍ର ଆଜି ସକାଳ ୮ ଟା ୩୦ ଭିତରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା।

ସକାଳ ୯ଟାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରିଥିଲେ। ଅନ୍ୟଦିନ ୯ଟା ୧୫ରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ୯ଟା ୩୦ରେ OMR ସିଟ୍ ଓ ୯ଟା ୪୫ରେ ପ୍ରଶ୍ନପତ୍ର ଦିଆଯାଇଥିଲା। ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇଥିବା ବେଳେ  ସାଢେ ୧୨ଟାରେ ଶେଷ ହୋଇଥିଲା। ତେବେ ଗଣିତ ବିଷୟ ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ।

ଚଳିତ ବର୍ଷ ସବଜେକ୍‌ଟିଭ୍‌ ପାଇଁ ୪ଟି ଓ ଅବଜେକ୍‌ଟିଭ୍‌ ପାଇଁ ୪ଟି ଲେଖାଏ ସମାନ୍ତରାଳ ସେଟ୍ ପ୍ରଶ୍ନପତ୍ର କରାଯାଇଛି। ଏଥିସହ ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକ୍‌ଟିଭ୍‌ ଓ ଅବଜେକ୍‌ଟିଭ୍‌ରେ ପାସ୍ ଲାଗି ଅତିକମ୍‌ରେ ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ।

ସେପଟେ, ପରୀକ୍ଷାରେ ଅସାଧୁ କାରବାର ରୋକିବାକୁ ଏଥର ୫୮ଟି ଫ୍ଲାଇଂ ସ୍କ୍ୱାଡ୍, ୪୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ସେହିପରି ପ୍ରତି ଜୋନ୍‌ରେ ଗୋଟିଏ ଲେଖାଏ ସ୍କ୍ୱାଡ୍ ବୁଲିବା ସହ ଜିଲ୍ଲାପାଳମାନେ ନିଜେ ସ୍କ୍ୱାଡ୍ ଗଠନ କରି ସେଣ୍ଟର ଯାଞ୍ଚ୍ ଲାଗି ସେମାନଙ୍କୁ କ୍ଷମତା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

You might also like